ଗୋଟିଏ ଗାଁର ନଈକୂଳରେ ରହୁଥିଲା ଗରିବ ଝିଅଟିଏ—କାଶତଣ୍ଡୀ। ସରଳ ଚେହେରା ଓ ଶାନ୍ତ ସ୍ୱଭାବର ସେହି ଝିଅଟି ଦିନେ ରାଜକୁମାର ଶରତଙ୍କ ନଜରରେ ପଡ଼ିଲା।
ଧୀରେ ଧୀରେ ନଈକୂଳରେ ଦୁହିଁଙ୍କର ସାକ୍ଷାତ୍ ହେବାକୁ ଲାଗିଲା। କୌଣସି ବଡ଼ ପ୍ରତିଶ୍ରୁତି ନଥିଲା, କେବଳ ଦୁହିଁଙ୍କ ମଧ୍ୟରେ ଏକ ସରଳ ଭଲପାଇବା ଗଢ଼ିଉଠିଥିଲା।
କିନ୍ତୁ ରାଜା ଏହି ସମ୍ପର୍କକୁ ମାନିଲେ ନାହିଁ। ଶରତଙ୍କୁ ରାଜପ୍ରାସାଦକୁ ନେଇଯିବା ସହ କାଶତଣ୍ଡୀକୁ ମଧ୍ୟ ସେହି ନଈକୂଳରେ ମାରିଦିଆଗଲା।
କୁହାଯାଏ, ଯିବା ଆଗରୁ କାଶତଣ୍ଡୀ କହିଥିଲା—
“ପ୍ରତିବର୍ଷ ଶରତ ଆସିଲେ ମୁଁ ଏହି ନଈକୂଳରେ ତୁମକୁ ଅପେକ୍ଷା କରିବି।”
କିଛିଦିନ ପରେ କାଶତଣ୍ଡୀକୁ ହରାଇ ଶରତ ମଧ୍ୟ ଜୀବନ ହରାଇଲେ।
ଆଜି ବି ଲୋକେ କୁହନ୍ତି, ବର୍ଷା ସରି ଶରତ ଆସିଲେ ନଈକୂଳରେ ଫୁଟିଉଠୁଥିବା ଧଳା କାଶତଣ୍ଡୀ ହେଉଛି କାଶତଣ୍ଡୀର ସେହି ଅପେକ୍ଷାର ଚିହ୍ନ। 🌾🤍
~अनामिका✍️